.comment-link {margin-left:.6em;}

Bhakua Sadei ଭକୁଆ ସଦେଇ

Friday, September 24, 2021

Laxmikant’s composition

 ଗୁରୁ ବାବାଙ୍କର ଆଶିଷ

ସଦା ଥାଏ ସଦା ହରଷ

ମୁଖେ ତାର ମୃଦୁ ହସ

କଥା ତା'ର ଅତି ସରସ.........


ନିଜକୁ ଭକୁଆ କହେ ସର୍ବଦା

ସେଇ ପରା ଆମ ସ୍ନେହର ସଦା

ଜଗତସିଂହପୁରରେ ଘର

କ୍ଷଣକେ ଅନ୍ୟକୁ କରେ ନିଜର...


ପରିବାର ନେଇ ରହେ ଖୁସିରେ

ଇସ୍ପାତ ସହର ରାଉରକେଲାରେ

ଯହିଁ ଦମ୍ପତିଏ ଥାଇ କର୍ମରେ

ଅବସର ନ୍ୟନ୍ତି ସେବା ଶେଷରେ


ମଜାଳିଆ କଥା କହି ବନ୍ଧୁଙ୍କୁ

ମନ ମୋହିଥାଏ ଚିର କାଳକୁ

କରୋନା କବଳେ କେଇଦିନ

କଲବଲ ତା 'ହେଲା ଜୀବନ....,


ଖବର ପାଆନ୍ତି ସଖା ସହୋଦର

ବିଶ୍ୱନିୟନ୍ତାକତିରେ କରି ଗୁହାର

କରନ୍ତି ବନ୍ଧୁର ଜୀବନ ଭିକ୍ଷା ଜିଗିରିଦୋସତକୁକର ହେ ରକ୍ଷା.


ହସି ହସି ସଦା ଫେରେ ବଜାରେ

ପ୍ରିୟ ବନ୍ଧୁ ସବୁ ଅତି ଖୁସିରେ

ନାଚନ୍ତି ସଭିଏଁ ମନ ଆନନ୍ଦ

ନାମ ସୁମରିଣ ପରମାନନ୍ଦ.....


ଜଗତର ନାଥ ହୁଅ ସହାୟ

ନିଷ୍କପଟ ଜନେ ଦେଇ ଅଭୟ

କାଳେ କାଳେ  ତଵ ବିଜୟବାନା

ନଭେ ଉଡୁଥାଉ ଦେଇ ସାନ୍ତ୍ୱନା..

0 Comments:

Post a Comment



<< Home